Kama Koti Syama Sundara

କାମ କୋଟି ଶ୍ୟାମ ସୁନ୍ଦର
(Tarini Charan Patra— Raga Baradi, Tala Ekatali)
(ତାରିଣୀ ଚରଣ ପାତ୍ର— ରାଗ ବରାଡ଼ି, ତାଳ ଏକତାଳି)

କାମ କୋଟି ଶ୍ୟାମ ସୁନ୍ଦର
କ୍ରୀତ ଦାସୀଜନେ କରୁଣା ବିତରଣେ
କାହିଁକି କୁଣ୍ଠିତ ବ୍ରଜରାଜ କିଶୋର । ଘୋଷା ।

ଚାହିଁ ତବ ସରଣୀ ସାରା ଦିନ ରଜନୀ
ଚକ୍ଷୁ କୋଣେ ଧନୀର ଲୋତକ ମଲାଣି
ଚଞ୍ଚଳ ହୁଅ ସଜ ଛଳନା ତେଜି ଆଜ
ନିଧୁବନେ ବିରାଜ ମାଗୁଣି ତାରିଣୀର । ୧ ।