Dekha Basanta Kala

ଦେଖ ବସନ୍ତ କାଳ
(Tarini Charan Patra— Raga Basanta, Tala Attatala)
(ତାରିଣୀ ଚରଣ ପାତ୍ର— ରାଗ ବସନ୍ତ, ତାଳ ଅଟ୍ଟତାଳ)

ଦେଖ ବସନ୍ତ କାଳ
ସଜନୀ ଆହା କି ମଞ୍ଜୁଳ ।
ମଳୟ ପବନେ ମଧୁପ ଗୁଞ୍ଜନେ କୁଞ୍ଜକାନନେ
ମଧୁମୟ ବେଶେ ସାଜି ସୁମାନସେ
ଆସ ଗୋ ଚଞ୍ଚଳ । ଘୋଷା ।

ମୋହନ ବଂଶୀ ପଞ୍ଚମ ତାନେ
ବାଜେ ସଘନେ
ପରଶି ମରମେ ମନ ବଳୁଥିବ ଗୋ
ମୋହନ ଧିଆନେ
ଆଉ କଲେ ହେଳା ବୁଡ଼ିବଟି ଭେଳା
ଧର ବରଣମାଳା
ଭଣଇ ତାରିଣୀ ନୋହି ତୁ ମାନିନୀ
ନିଧୁବନେ ଚାଲ । ୧ ।