Rama Ramani Ture

ରାମା ରମଣୀ ତୁରେ
(Dibyasingha Deba— Raga Gouri, Tala Aditala)
(ଦିବ୍ୟସିଂହ ଦେବ— ରାଗ ଗୌରୀ, ତାଳ ଆଦିତାଳ)

ରାମା ରମଣୀ ତୁରେ ଗୁମାନ ନ କର ମୋରେ
ମାନ ନ କର ଗୋରୀ ଚାରୁ ବିମ୍ବାଧରୀ
କୁନ୍ଦରଦନା ତୁ ମୋ ନାଗରୀବର ରେ । ଘୋଷା ।

ରାମା ତୁହି ମୋ ଧୀରା ଅଧୀରା ନ କର ଗୋରୀ
ଦଣ୍ଡ ଦେଖି ରେ ଗୁଣ ମଣ୍ଡି ପିଣ୍ଡ ରଖ
ନେତ୍ର ଦଣ୍ଡୁ ଦିଅ ଦୋଷ ବିଚାରି ରେ । ୧ ।

ରାମା ତୋ ବିନା ଶର ହାସ୍ୟରେ କରେ ପ୍ରହାର
ହାସ ବସ ପରକାଶ କଇଳାଶ
ବାସୀ ପରାଏ ମୋର ତ୍ରାସ ହର ରେ । ୨ ।

ଶ୍ରୀକୃଷ୍ଣ ବାଣୀ ଶୁଣିଣ ତୋଷ ରମଣୀ
ଗଙ୍ଗଦରୀକୁଳ ପଙ୍କଜ ଦିନମଣି
ଦିବ୍ୟସିଂହ ଦେବ ଗଜପତି ଭଣି ରେ । ୩ ।