Ki Dosare Prananatha

କି ଦୋଷରେ ପ୍ରାଣନାଥ
(Anonymous— Raga Kirabani, Tala Aditala)
(ଅଜ୍ଞାତ କବି— ରାଗ କୀରବାଣୀ, ତାଳ ଆଦିତାଳ)

କି ଦୋଷରେ ପ୍ରାଣନାଥ
ତେଜି ଏ ବରଷା କାଳ
ବିଦେଶେ ରହିଲେ ସଖୀ
ଦେଖି ନବ ମେଘମାଳ । ଘୋଷା ।

ଦମ୍ଭୋଳିର ଦମ୍ଭହରା
ଶବଦେ କମ୍ପଇ ଧରା
ନିରତେ ନୟନୁ ଧରା
ବୁହାଇ ବକ୍ଷସ୍ଥଳ । ୧ ।