(Anonymous— Raga Mohanaa, Tala Jhampa) (ଅଜ୍ଞାତ କବି— ରାଗ ମୋହନା, ତାଳ ଝମ୍ପା) ଯମୁନାକୁ ଯାଆନା ଶ୍ୟାମ ଘରେ ଫେରି ଯା ଯାନ ଧର ଅଧରେ ଆଉ ବାରେ ବେଣୁ ବାଜା । ଘୋଷା । ଶୁଣି ତୋ ମୁରଲୀ ସ୍ୱନ । ଶରୀରେ ନ ରହେ ପ୍ରାଣ ।*ମାନସେ ମନାସେ ଆନ । ସେ ନାଗରୀରାଜା । ୧ । ପାଠାନ୍ତର – ଶୁଣି ତୋ ମୁରଲୀ ତାନ । ଶରୀରେ ନ ରହେ ଜ୍ଞାନ ।