Sahi Re Chahan Nabakisora Susama

ସହିରେ ଚାହାଁ ନବକିଶୋର ସୁଷମା
(Kabichandra Kali Charan— Raga Gouda, Tala Ekatali)
(କବିଚନ୍ଦ୍ର କାଳୀଚରଣ— ରାଗ ଗୌଡ଼ା, ତାଳ ଏକତାଳି)

ସହିରେ ଚାହାଁ
ନବକିଶୋର ସୁଷମା । ଘୋଷା ।

ସରସେ ବସନ୍ତ ହସେ ସୁରସେ ଧରା ବିକଶେ
ନିଖିଳ ମାଧୁରୀ ଠୂଳ ଶରଦ ଚନ୍ଦ୍ରମଣ୍ଡଳ
ବିହରେ କି ଧରା ଧାମେ ଛାର କାମ ଗାରିମା
(ପଡ଼ି)
କୁନ୍ଦ ନିନ୍ଦେ ଚାରୁ ଦନ୍ତପନ୍ତି ଯାର
ମୀନକେତନ ଧନୁଭଙ୍ଗୀ ଭୂରୁ କି ଛାର
ଅଙ୍ଗ ମହକେ ପାରିଜାତ ସୁମନ ହାର
ସଙ୍ଗ ଲୋଡ଼ଇ ଯତି ମାନସ ସୁରବରରେ । ୧ ।

ରୁଚି ରୋଚନା ବିନ୍ଦୁ ରଚନା ଜିତ ଇନ୍ଦୁ
ଅବା କୁମୁଦବନ୍ଧୁ ଶୋଭା ନୀଳସିନ୍ଧୁରେ ସେ
(ପଡ଼ି)
ତିନିଭଙ୍ଗୀରେ ଉଭା ତିନି ଭୁବନ ଲୋଭା
ଶିଖୀଚୂଳିଆ ଗଭା ଦେଖି ସତେ ସେ ଶୋଭା
ମୂରୁଛି କେ ଅଛି ସତୀ ଯୁବତୀ ବରତି ସହି ରେ । ୨ ।

Chahan Sahire