(ଯୋଗେନ୍ଦ୍ର ଦେବ— ରାଗ ଶୁଦ୍ଧଦେଶୀ, ତାଳ ଝମ୍ପା)
କିଞ୍ଚିତରେ ଚିତ୍ତରେ ମିତ ରେ
କାନ୍ତରେ ଦୟା ନୋହିଲା । ଘୋଷା ।
ସହି ସେହି ତୋତେ ଭାଳିବଇଁ କେତେ
ତୋହରି ପାଣିକି ଭଣି କି ମଣି କି ସ୍ନେହ ନୋହିଲା । ୧ ।
ଯାର ପାଇଁ ନିତି ଛନ୍ନ ହୋଇ ଅତି
ନୋହୁ ପରଶ ସୁବେଶ ଏ କିସ । ସ୍ନେହ ନୋହିଲା । ୨ ।
ଯେବେ ଏପରିରେ ଥିଲା ଏ ଗୋରୀରେ
ସେହି ତା ପାଇଁ କିପାଇଁ ଅନାଇଁ ସ୍ନେହ ନୋହିଲା । ୩ ।
ଶ୍ରୀ ଯୋଗେନ୍ଦ୍ର ଦେବ ପ୍ରଣୟ ସ୍ୱଭାବ
ଜାଣି ନାହିଁ କି ସହୀକି ତୁହି କି ସ୍ନେହ ନୋହିଲା । ୪ ।