Dekhilutiki Sakhi Re Jamuna Tire

ଦେଖିଲୁଟିକି ସଖୀରେ । ଯମୁନା ତୀରେ
(Kabichandra Kali Charan— Raga Jamuna Kalyana, Tala Aditala)
(କବିଚନ୍ଦ୍ର କାଳୀଚରଣ— ରାଗ ଯମୁନା କଲ୍ୟାଣ, ତାଳ ଆଦିତାଳ)

ଦେଖିଲୁଟିକି ସଖୀରେ । ଯମୁନା ତୀରେ ।
ତ୍ରିଭଙ୍ଗ ଶ୍ୟାମ ଠାମକୁ । ଘୋଷା ।

ଶିଖଣ୍ଡଚୂଳିଆକୁ ସତୀକୁଳଖିଆକୁ
ସେ ପୀତପଟିଆକୁ ନାଗର ହଟିଆକୁ ।
(ପଡ଼ି)
ହାର ବନଫୁଲ ସାର ରସିକ ସେ
ମାରଜିତ ତନୁ ତାର କି ବିକଶେ
ତାର ଶ୍ୟାମଳ ଗାର ପରି ଦିଶେ
ଅଧରେ ଦରହାସ ଶୋଭନକୁ । ୧ ।