(ନରେନ୍ଦ୍ର ଦେବ— ରାଗ ଝିଞ୍ଜୋଟି, ତାଳ ଯତି)
କି କରୁଥିବ ମୋ ସଜନୀ ପ୍ରାଣସଜନୀ
ଏକା ମୋ ବିହୁନେ ନ ସରୁଥିବ ରଜନୀ । ଘୋଷା ।
ବନ୍ଧୁ ମୋ ବନଜମୁଖୀ ଘୋର ହିମ କାଳ ଦେଖି
ମୋ ବିଚ୍ଛେଦେ ହୋଇ ଦୁଃଖୀ ଯିବନି ଶୁଖି ।
ନ ବିଚାରି ମନକୁ ସେ ସମୟେ ଯାହା ତାକୁ
ଛାଡ଼ି ମୁଁ ଅଇଲି
କାହିଁ ପାଇଁକି ପ୍ରାଣସହୀକି ଶଶୀମୁହୀଁକି ।
ଆଉ ମୋ ବିଚ୍ଛେଦେ ଥିବ ଜୀଇଁ କି । ୧ ।