(ଧନୁର୍ଜୟ— ରାଗ ଭୈରବୀ, ତାଳ ପହପଟ)
ମୋହନ ହେ ମୋହନ
ପ୍ରୀତିରେ ନାହିଁ କାରଣ । ଘୋଷା ।
ଅପବାଦ ନାଗରା ବାଜୁଛି ଗୋପପୁର
ଶାଶୁ ନଣନ୍ଦ କଷଣ । ୧ ।
ବିଷ ପୀୟୂଷ ବୋଲି ନ ଜାଣି ମୁଁ ଭକ୍ଷିଲି
ଏବେ ହୋଇଲା ମରଣ । ୨ ।
ଦୂରେ ଥିଲେ ଆରତି କଲେ ଯେଉଁ ଆରତି
ଏବେ ମୁଁ ଜାଣିଲି ପୁଣ । ୩ ।
ବୋଲନ୍ତି ଧନୁର୍ଜୟ ମାଧବ ଫେରିଯାଅ
ପାଇଲ ବଡ଼ କଷଣ । ୪ ।