Na Ja Jamuna Rajiba Khanja Nayana

ନ ଯା ଯମୁନା ରାଜୀବ ଖଞ୍ଜନୟନା
(Raghunatha— Raga Anandabhairabi, Tala Khemata)
(ରଘୁନାଥ— ରାଗ ଆନନ୍ଦଭୈରବୀ, ତାଳ ଖେମଟା)

ରାଜୀବ ଖଞ୍ଜନୟନା
ନ ଯା ଯମୁନାରେ ନ ଯା ଯମୁନା । ଘୋଷା ।

କୃଷ୍ଣ କଳା ଭ୍ରମର କୁଞ୍ଜକୁଟୀ ଭିତର
ଝାମ୍ପି ନେବଟି ନ ଯା ଯମୁନା । ୧ ।

କହିବା ସଖୀ ବାଣୀ ଅହିତ ପରା ମଣି
ରସିକାଶ୍ରେଣୀ ନ ଯା ଯମୁନା । ୨ ।

ସେ ଧୂର୍ତ୍ତ ପୀତପଟ ଜାଣଇ କେତେ କୂଟ
ଜଗିଛି ଘାଟ ନ ଯା ଯମୁନା । ୩ ।

କହଇ ରଘୁନାଥ ଯେ ତୋର ମନୋରଥ
ସାର୍ଥ ହେବଟି ନ ଯା ଯମୁନା । ୪ ।