Saja Re Sahi Saja Re

ସାଜରେ ସହି ସାଜରେ
(Raja Rajeswara Deba— Raga Sankarabharana, Tala Ekatali)
(ରାଜ ରାଜେଶ୍ୱର ଦେବ— ରାଗ ଶଙ୍କରାଭରଣ, ତାଳ ଏକତାଳି)

ସାଜରେ ସହି ସାଜରେ
ଆସିବେ ବେଗରେ ଶ୍ୟାମ ନାଗରରାଜ ରେ । ଘୋଷା ।

ସୁଷମା ବଦନୀ ଚାହାଁନା ଅବନୀ
କର ମୋହ ବ୍ରଜ ମନ୍ମଥ ରାଜରେ । ୧ ।

ତୁ ଅବେଶ ହୋଇଥିଲେ ରୋଷ ବହି
ଉପହାସ ହେବ ସଖୀ ସମାଜରେ । ୨ ।

ଅଭିସାର କାଳ କରନା ବିଫଳ
ମଞ୍ଜୁବେଶରେ ନିକୁଞ୍ଜେ ବିରାଜ ରେ । ୩ ।

ରାଜ ରାଜେଶ୍ୱର ଦେବଙ୍କ ତତ୍ପର
ରହୁ ରାଧାଶ୍ୟାମ ପଦ ସରୋଜରେ । ୪ ।