(ହରି— ରାଗ ଖମ୍ବାଜ, ତାଳ ଆଠତାଳି)
ହେଲା କି ଦଶାରେ ବନ୍ଧୁ ଶ୍ୟାମ ଆଶାରେ
ଗଲା ତ ସଜନୀ ସରି ଆମ୍ଭର ଲୋକହସାରେ । ଘୋଷା ।
ମଜ୍ଜିଗଲା ତ ସୁସ୍ୱାଦୁ ମୃଦୁଭାଷାରେ
ହଜିଲା ବିବେକ ଯାକ କହିଲେ ହେଲା ଘୋଷାରେ । ୧ ।
ଶୁଏ ଯେ ତୁଳି ରଜନୀକର ମିଶାରେ
ଲୁଳଇ ଧୂଳି ପରେ କି ହେଲା ଯୋଷା ଭୂଷାରେ । ୨ ।
ନିରତେ ନୀର ନୟନୁ ହେଲା ବର୍ଷାରେ
ସରିଲା ସୁଖ ଏଣିକି ନିକୁଞ୍ଜବନ ବସାରେ । ୩ ।
ଥିବ କି ରହିବ ଜୀବ ଆଉ ସଂସାରେ
ବୋଲଇ ହରି କରିବେ କି ଦୂର ଦୁରଦଶାରେ । ୪ ।