Heti Nabina Asichanti Ana Re

ହେଟି ନବୀନା ଆସିଛନ୍ତି ଅନାରେ
(Haribandhu— Raga Kalyana, Tala Ekatali)
(ହରିବନ୍ଧୁ— ରାଗ କଲ୍ୟାଣ, ତାଳ ଏକତାଳି)

ହେଟି ନବୀନା ଆସିଛନ୍ତି ଅନାରେ
ରସି ଗୁନ୍ଥି ସୁମନ ସୁମନାରେ । ଘୋଷା ।

ତୋଷି ହେବୁ ବୋଲି ସହି ଖୋଷିବେ ଖୋଷାରେ ସେହି
ଦାସୀ ପରି ରହିଛନ୍ତି ସିନାରେ । ୧ ।

ବାସବରତନ କେଶୀ ବେଶ କରିବେ ସୁରସି
ରସରାଜ ମୋହନ ମୋହନାରେ । ୨ ।

ନବୀନ ଘନ ସୁନ୍ଦର ସବିନୟେ କହେ ଗିର
ଅବିନୟ ନୁହ ପ୍ରେମାଧୀନାରେ । ୩ ।

ଆଳି ବଚନେ ଶ୍ରୀମତୀ ମିଳିଲେ ରମଣ କତି
ଭାଳେ ହରିବନ୍ଧୁ ସେ ଭାବନାରେ । ୪ ।