(ହରିବନ୍ଧୁ— ରାଗ ପରଜ, ତାଳ ଯତି)
କି ଉପାୟ କଲେ ସେ ଶ୍ୟାମ ମୂରତି
ଚିତ୍ତରୁ ହେବ ପାସୋର । ରେ ମିତଣୀ । ଘୋଷା ।
ନୂଆ ନୀଳ ଜଳଧର ଜିତ ତନୁ
ନବ ଶିଖଣ୍ଡଶେଖର ରେ
ନବୀନ କିଶୋର ନୂଆ ନଟବର
ନୂଆ ବଂଶୀନ୍ୟାସାଧର ରେ । ୧ ।
ଯେଣେ ଚାହିଁଦେଲେ ତେଣେ ସେ ଦିଶୁଛି
ନୟନ ବୁଜିଲେ ହୃଦରେ ନାଚୁଛି
ଦେଖିଲେ ଆନନ୍ଦ ମୃତରେ ଭାସୁଛି
ନ ଦେଖି ଦୁଃଖ ଲଭୁଛି ରେ । ୨ ।
ବନ କି ସଦନ ଏକ ନିଶି ଦିନ
ଶୟନ ସ୍ୱପନ କିବା ଜାଗରଣ
ରଖୁ ନାହିଁ ଜ୍ଞାନ ସେହି ଏକା ଧ୍ୟାନ
ବଟି ହେଉଛି ବଚନ ରେ । ୩ ।
କୁଳଶୀଳ ବାରିଧିକି ରେ ନାଗରୀ
କୁମ୍ଭଜ ପରାୟେ ଦେଲି ଚଳୁ କରି
ବୋଲୁ କିଶୋରୀ ବୋଧିଲେ ସହଚରୀ
ଭାଷେ ହରିବନ୍ଧୁ ସ୍ମରି ରେ । ୪ ।