Aja Keli Kautuki Sri Chhamure

ଆଜ କେଳିକଉତୁକୀ ଶ୍ରୀଛାମୁରେ
(Krupamaya Deba— Raga Anandabhairabi, Tala Ekatali)
(କୃପାମୟ ଦେବ— ରାଗ ଆନନ୍ଦଭୈରବୀ, ତାଳ ଏକତାଳି)

ଆଜ କେଳିକଉତୁକୀ ଶ୍ରୀଛାମୁରେ
ମୋର ମାଗୁଣି ଏତିକି । ଘୋଷା ।
ହାତୀଗମନାରେ ଛାତି ପରେ ମଣ୍ଡି
ଧାତିକାରେ ରତି ଉତ୍ସବରେ ମାତି ।
(ପଡ଼ି)
ନିତମ୍ବ ଧୀରେ ଧୀରେ ଚଳା ଅତି ମଞ୍ଜୁଳେ
ବାଜୁ ରତ୍ନ ନିର୍ମିତ କିଙ୍କିଣୀ ତ୍ରିପଟାରେ
ନାଚିବ ତିଳପୁଷ୍ପଜିତ ନାସାପୁଟରେ
ସୁରସ ନୀଳମଣି ନଥ ପଲ୍ଲବ ପରେ । ୧ ।

ଚନ୍ଦ୍ରମୁଖ ଜିତ ଇନ୍ଦ୍ରଭୂତିଦାୟୀ
ଆରେ ଅତୁଳବରନା ।
ଡରୁ ଯେବେ ସରୁକଟି ଭାଜିବାରୁ
ସମର୍ପ ମୋ କରେ କୁଚପଦ୍ମ ଦୁଇ ।
(ପଡ଼ି)
ନିତମ୍ବ ଧୀରେ ଧୀରେ ଚଳା ଅତି ମଞ୍ଜୁଳେ
ବାଜୁ ରତ୍ନ ନିର୍ମିତ କିଙ୍କିଣୀ ତ୍ରିପଟାରେ
ନାଚିବ ତିଳପୁଷ୍ପଜିତ ନାସାପୁଟରେ
ସୁରସ ନୀଳମଣି ନଥ ପଲ୍ଲବ ପରେ । ୨ ।

ମାର ପାମରକୁ ତାପ ବିନାଶକୁ
ନବସପତ ବୟସୀ ।
ମନ୍ଦହାସ ଘନସାର ସ୍ୱେଦ ବାରି
ପନୀର ନୀରକୁ ଫିଙ୍ଗି ଇଷିତେ ।
(ପଡ଼ି)
ନିତମ୍ବ ଧୀରେ ଧୀରେ ଚଳା ଅତି ମଞ୍ଜୁଳେ
ବାଜୁ ରତ୍ନ ନିର୍ମିତ କିଙ୍କିଣୀ ତ୍ରିପଟାରେ
ନାଚିବ ତିଳପୁଷ୍ପଜିତ ନାସାପୁଟରେ
ସୁରସ ନୀଳମଣି ନଥ ପଲ୍ଲବ ପରେ । ୩ ।

ଇସି ଇସି ଭାଷି କାମୋଦୀ ରାଗରେ
ଗାଇବୁ ପିକବଚନା ।
ଭାଷେ ବୀରବର କୃପାମୟ ଦେବ
ପୁରସ୍କାର ଦେବି ମନ ରତନକୁ ।
(ପଡ଼ି)
ନିତମ୍ବ ଧୀରେ ଧୀରେ ଚଳା ଅତି ମଞ୍ଜୁଳେ
ବାଜୁ ରତ୍ନ ନିର୍ମିତ କିଙ୍କିଣୀ ତ୍ରିପଟାରେ
ନାଚିବ ତିଳପୁଷ୍ପଜିତ ନାସାପୁଟରେ
ସୁରସ ନୀଳମଣି ନଥ ପଲ୍ଲବ ପରେ । ୪ ।

Aja Keli Koutuki