Ki Bhangi Kala Lo Mita

କି ଭଙ୍ଗୀ କଲା ଲୋ ମିତ କି ଭଙ୍ଗୀ କଲା
(Kabisurjya Brahma)
(କବିସୂର୍ଯ୍ୟ ବ୍ରହ୍ମା)

କି ଭଙ୍ଗୀ କଲା ଲୋ ମିତ କି ଭଙ୍ଗୀ କଲା
ମୁରଲୀ ସ୍ୱନେ ମୋ ଚିତ୍ତ ହଜାଇ ଦେଲା । ଘୋଷା ।

ରବି ପୂଜିବାକୁ ଗଲି ଯମୁନାର କୂଳକୁ
ତ୍ରିଭଙ୍ଗିମା ଛବି ଦେଖି ଗଲି ନୀପମୂଳକୁ
ଛନକାଇଲା ଲୋ ମିତ ଛନକାଇଲା । ୧ ।

କର୍ଣ୍ଣକୁ ଶୁଭିଲା ମୋର କଟିଘଣ୍ଟି ଘାଗୁଡ଼ି
ହସ୍ତରୁ ଝଡ଼ି ପଡ଼ିଲା ରବିପୂଜା ଚାଙ୍ଗୁଡ଼ି
ଛନକାଇଲା ଲୋ ମିତ ଛନକାଇଲା । ୨ ।

ସେତେବେଳକୁ ଦକଦକ ହେଉଛି ମୋ ଶରୀର
ଧରମରୁ ବଳିଗଲା ସରିଥିଲା ବିହାର
କରମେ ଥିଲା ଲୋ ମିତ କରମେ ଥିଲା । ୩ ।

ଜାଣୁ ଜାଣୁ କଳାକାହ୍ନୁ ଫାନ୍ଦରେ ମୁଁ ପଡ଼ିଲି
କହେ କବିସୂର୍ଯ୍ୟ ବ୍ରହ୍ମା ଘରେ ରହି ସଢ଼ିଲି । ୪ ।