(ରାଜେନ୍ଦ୍ର ଦେବ— ରାଗ ଆରଭୀ, ତାଳ ଏକତାଳି)
ନାଚନ୍ତି ରଙ୍ଗେ ଶ୍ରୀ ହରି କୁଞ୍ଜେ ବିହରି
ଆନନ୍ଦେ ବ୍ରଜନାଗରୀ
ଖିଟିତାକ ଝଣ ଝଣ କିଣା ତାରିକିଟା
ଖୁ ଖୁନ୍ଦାରି ଥଲାଙ୍ଗୁ ତାକ ଧିକୁ ତାକ ଦଧିଘନ ତା । ଘୋଷା ।
କେହୁ ସଜନୀ ମର୍ଦ୍ଦଳ କରି ପ୍ରବଳ
ବଜାନ୍ତି ହୋଇଣ ଭୋଳ
କେହୁ ଧରି ଖଞ୍ଜରୀ କେହୁ ଆଳାପ କରି
ରାସେ କେ ସହଚରୀ ଶବଦକୁ ଉଚ୍ଚାରି
(ପଡ଼ି)
ତା ତାରିକିଟା ତାକ ଧ୍ରୀମି କିଟା ଧ୍ରୀମି ତାକ
ଖୁ ଖୁନ୍ଦାରି ଝେଣୁକିଣା ତା ଝେଣୁ ତା ତା ଧ୍ରୀମି ତା
ତା ଧ୍ରୀମି ଧ୍ରୀମି ଧ୍ରୀମି ଉକୁଟାନ୍ତି କାମିନୀ
କୃଷ୍ଣ ମାନସ କିଣି ନେଉଛନ୍ତି ସେ ପୁଣି । ୧ ।
କେହୁ ବଜାଇ ବିପଞ୍ଚୀ ରାସମଣ୍ଡଳେ
ସଭିଙ୍କ ମନ ମୋହୁଛି
କେ ବୋଲେ ତାନା ନାନା ହୋଇ ଆନନ୍ଦମନା
ମୃଦଙ୍ଗେ ଧିନା ଧିନା ବଜାଏ କେ ସୁମନା
(ପଡ଼ି)
ମାଳଶ୍ରୀ ଭୈରବ ନଟ ଲଳିତ ପୁରୀ
ବେଲାବଳୀ ଗୌରୀ ସାରଙ୍ଗେ ରଙ୍ଗ କରି
କେ ମୁରଲୀ ଉଚ୍ଚାରି କେ ସୁସ୍ୱରେ ସଞ୍ଚରି
ସକଳ ଗୋପନାରୀ ରାଗ ପୂର୍ଣ୍ଣରେ କରି । ୩ ।
ସଙ୍ଗୀତ ଶାସ୍ତ୍ରେ ନିପୁଣ କରି ବହନ
ବଜାଇ କରି ବହନ
ବିବିଧ ବାଦ୍ୟଗଣ ତାଳ ସିଂହନନ୍ଦନ
ଝମ୍ପା ତ୍ରିପଟା ମାନ ରୂପକାଦିକି ସ୍ଥାନ
(ପଡ଼ି)
ନିର୍ଣ୍ଣୟ କରି କରୀଗତି ଗତି କେହି ସୁନ୍ଦରୀ
ଏବେ ସେ ଗୋପନାରୀ ବୁଲନ୍ତି ହେରି ହେରି
ଏପରି ଏକୋତ୍ତର ଥିବା ତାଳ ପ୍ରକାର
ମସ୍ତକେ ଯେ ଆବର କରି ରହୁ ବାହାର । ୩ ।
କେ କରେ ଅଙ୍ଗଭଙ୍ଗକୁ ପାଇ ସଙ୍ଗକୁ
ତୋଷନ୍ତି ଶିରୀରଙ୍ଗକୁ
ରାସ ରସିକ ଚିନ୍ତି ରାଜଇନ୍ଦ୍ର ବୋଲନ୍ତି
ଲଭିବାକୁ ମୁକତି ଇଚ୍ଛେ ମାନସଗତି
(ପଡ଼ି)
ବ୍ରହ୍ମାଦି ସୁରଗଣ ନ ପାନ୍ତି ଯା ଦରଶନ
ଏହି ବେଶେ ଗୋପୀଗଣ ମନ କେତେ ତତକ୍ଷଣ
କେ ଜାଣେ ତା କି ଗୁଣ ଅଗାଧ ପରିମାଣ
ମୋ ବୁଦ୍ଧି କେତେ ପୁଣ କରିବାକୁ ସ୍ମରଣ । ୪ ।