Jaha Ichha Taha Heu Re Sangata

ଯାହା ଇଚ୍ଛା ତାହା ହେଉ ରେ ସଙ୍ଗାତ
(Hari— Raga Chalaghanta Kedara, Tala Jati)
(ହରି— ରାଗ ଚଳଘଣ୍ଟ କେଦାର, ତାଳ ଯତି)

ଯାହା ଇଚ୍ଛା ତାହା ହେଉ ରେ ସଙ୍ଗାତ
ଜଳିଗଲା ବନ ବଳିଗଲା ମନ
ଲେଉଟି ଆସେ କି ଆଉ ରେ । ଘୋଷା ।

ଲସିଲେ ଲସୁ ମୋ ଗୁରୁତ୍ତ୍ୱ ବସିଲେ
ବସୁ ହଟହଟା ହାଟ
ହସିଲେ ହସନ୍ତୁ ଅସହଣୀମାନେ
ନ ତେଜିବି ନନ୍ଦଚାଟ । ୧ ।

ଶିରୀଷ ଗିରୀଶ ଶୀରୀଷରେ ଦେଇ
ତୁଳସୀ ଚମ୍ପକରାଶି
ନାଗରବର ଅମୂଲ୍ୟ ହେମ ପ୍ରେମ
ମିଳିଛି ସେ ଫଳେ ଆସି । ୨ ।

ତିଆଗ ମୁଁ ଆଗ କରି ଲାଜ ବ୍ୟାଜ
ଘର ଦରବ ସ୍ନେହକୁ
ଶ୍ୟାମ ତାମରସ ପାଦରେ ସାଦରେ
ବିକିଅଛି ଏ ଦେହକୁ । ୩ ।

ପୀତବାସ ବାସ କଲେଣି ଈକ୍ଷଣେ
କ୍ଷଣେହେଁ ନୋହି ଅନ୍ତର
ସ୍ମରଣ ଅନ୍ତରଗତେ ସେ ମନ୍ତର
-ବତ ସତ ନିରନ୍ତର । ୪ ।

ଧରାଧର ପ୍ରୀତି ବରଧନ ବରଧନେ
ଏ କାରଣେ ଗତି
ଭାଷେ ହରି ରାସେଶ୍ୱରୀ ରାଧା ସହୀ
ଆଗେ ଏ ଭାଷା ଭାଷନ୍ତି । ୫ ।