(ଅଜ୍ଞାତ କବି— ରାଗ କଳାବତୀ, ତାଳ ଯତି)
ଫୁଟିଲା ବଉଳ ଭ୍ରମର ଆକୁଳ
ଝଙ୍କାର ଚହଳ ବଚନେ
ଅତି ବିନୀତରେ ପ୍ରେମ ପୂର୍ଣ୍ଣ କରେ
ଗୁହାରି ଭ୍ରମଇ ମଦନେ । ଘୋଷା ।
ନିତି ରାତି ଆସି ଯୁବତୀଗଣ
ପ୍ରିୟାକୁ ମୋହର କରି ହରଣ
ଖୋଷା ପରେ ଖୋସି ତାଙ୍କ ପରାଣ
ନାଥଙ୍କୁ ତୋଷିଲେ ସୁମନେ । ୧ ।
କାର ସୁଖ କିଏ ଲୋଡ଼ଇ ନାହିଁ
ମୋ ସୁଖ ବାଧାରେ ବାଇ କିମ୍ପାଇଁ
ମୋ କଥାକୁ ସେ ତ ବୁଝିଲେ କାହିଁକି
କରିବି କହ ରାଜନେ । ୨ ।
ଶୁଣ ମୋ ବିନତି ମଦନରାଜ
ତାଙ୍କ ନାଥ ହୃଦେ ଶର ନ ସାଜ
ଅବହେଳା ପାଇଁ ରାମା ସମାଜ
ନ ରସି ହେ ଗଭାମଣ୍ଡନେ । ୩ ।