Bhala Bhulilu Ta Pritire

ଭଲା ଭୁଲିଲୁ ତା ପ୍ରୀତିରେ
(Samantara Nrupa— Raga Suddhadesi, Tala Jati)
(ସାମନ୍ତରା ନୃପ— ରାଗ ଶୁଦ୍ଧଦେଶୀ, ତାଳ ଯତି)

ଭଲା ଭୁଲିଲୁ ତା ପ୍ରୀତିରେ ପ୍ରାଣ ସଜନୀ । ଘୋଷା ।

ଲଗାଇ ପ୍ରେମ ମାଦକ ଭଗାରି ହସାକୁ ଦେଖ
ଜଗାଇଦେଲୁ ଯା ରାତିରେ । ୧ ।

କପଟୀ ଜନଙ୍କ ରୀତି ଶପଥପକା ଭାରତୀ
ନିପଟ ନିରାଶ ରୀତିରେ । ୨ ।

ପୁରୁଷ ଜାତି ବିଶ୍ୱାସ ପୂରୁବରୁ ନାହିଁ ଲେଶ
ଜାର ପୁରୁଷଙ୍କ ମତି ରେ । ୩ ।

ସାମନ୍ତରା ନୃପ ଭଣି କାମ କାତି ଜାଣି ଶୁଣି
ସମର୍ପି ଦେଲୁ ଯା ଛାତିରେ । ୪ ।