Duru Kalu Ki Bichari Re Kisori

ଦୂରୁ କଲୁ କି ବିଚାରି ରେ କିଶୋରୀ
(Prataparudra Deba— Raga Puri, Tala Aditala)
(ପ୍ରତାପରୁଦ୍ର ଦେବ— ରାଗ ପୁରୀ, ତାଳ ଆଦିତାଳ)

ଦୂରୁ କଲୁ କି ବିଚାରି ରେ କିଶୋରୀ । ଘୋଷା ।

କାର ବାଣୀ ଶୁଣି ଆରେ ଗୁଣମଣି
ତୁ ମୋତେ ଦେଲୁ ପାସୋରି ରେ । ୧ ।

ତୁ ଆସିବା ପାଇଁ ଜଗି ବସିଥାଇ
ଚନ୍ଦ୍ରକୁ ଚକୋର ପରି ରେ । ୨ ।

ତୁ ଅବା ଚିତ୍ତରେ ମଣିଥିବୁ ଥରେ
କାହାକୁ ଚାହିଁଲା ପରି ରେ । ୩ ।

ଭଣିଲେ ପ୍ରତାପରୁଦ୍ର ଦେବ ଭୂପ
ଯୁଗଳ ପାଦେ ଜୁହାରି । ୪ ।