Syama Nagara Tu Niskamare Au Mora

ଶ୍ୟାମ ନାଗର ତୁ ନିଷ୍କାମରେ ଆଉ ମୋର
(PadanaAditala)
(ପଦନଆଦିତାଳ)

ଶ୍ୟାମ ନାଗର ତୁ ନିଷ୍କାମରେ ଆଉ ମୋର
ନାମେ ମୁରଲୀ ନ ବଜା ରେ । ଘୋଷା ।

ବାରମ୍ବାର ମୁଁ ତୋତେ । ବାରଣ କଲି ଚିତ୍ତେ ।
ବାରଣ ପଦ ନ ଭଞ୍ଜା ରେ । ୧ ।

ଶୁଣି ତୋ ବଂଶୀସ୍ୱନ । ଦହଇ ପଞ୍ଚମନ ।
କନ୍ଦର୍ପ ଦର୍ପକୁ ଗଞ୍ଜା ରେ । ୨ ।

ବାଜୁଛି କାମ୍ବାଣ । ଭାଜୁଛି ସବୁ ଟାଣ ।
ବିନୟ ମନେ ତୁ ବୁଝା ରେ । ୩ ।

ହେ ଶ୍ୟାମ ନବଘନ । ତୋ ଶ୍ରୀରଙ୍ଗ ଚରଣ ।
ପଦନ ଚିତ୍ତକୁ ମଜ୍ଜା ରେ । ୪ ।