Prana Sangini Re Netrananda Pasara

ପ୍ରାଣସଙ୍ଗିନୀ ରେ ନେତ୍ରାନନ୍ଦ ପସରା
(Kisorachandra— Raga Sankarabharana, Tala Adatali)
(କିଶୋରଚନ୍ଦ୍ର— ରାଗ ଶଙ୍କରାଭରଣ, ତାଳ ଆଡ଼ତାଳି)

ପ୍ରାଣ ସଙ୍ଗିନୀରେ ନେତ୍ରାନନ୍ଦ ପସରା
ଏହି କୁଞ୍ଜେ ଥିବେ ପରା । ଘୋଷା ।

ପ୍ରାଣରୁ ସନ୍ତୋଷ ଦୁରୂଁ
ନ କର ଆରେ ରମ୍ଭୋରୁ
ପ୍ରସରୁଛି ଏ ଦିଗରୁ ସୌରଭ ଧାରା । ୧ ।

ନାକର ତାରକା କାନ୍ତି
ନିକରରେ ସୁଦନ୍ତୀ
ଝଟତି କେଳି ବସତି ନ କରେ ତୋରା । ୨ ।

ପରିହାସ ଭାବି ଚିତ୍ତେ
ଲତାଜାଲେ ଏକାନ୍ତେ
ଲୁଚି ରହିଥିବେ ଶଠ ଶିଖଣ୍ଡୀ ଝରା । ୩ ।

ଶ୍ରୀ କିଶୋରଚନ୍ଦ୍ର
ଦେବ ରାଜଇନ୍ଦ୍ର
ଖୋଜିଲେ ତ ଏହି କୁଞ୍ଜେ ପଡ଼ିବେ ଧରା । ୪ ।