Harina Nayana Hara Hruda Bedana

ହରିଣନୟନା ହର ହୃଦ ବେଦନା
(Nrusingha Pattanayaka— Raga Pahadia Kedara, Tala Jati)
(ନୃସିଂହ ପଟ୍ଟନାୟକ— ରାଗ ପାହାଡ଼ିଆ କେଦାର, ତାଳ ଯତି)

ହରିଣନୟନା ହର ହୃଦ ବେଦନା
ହରପର ଶର ପୀଡ଼ାରେ ରଖିବ କେ ଆନ ତୋ ବିନା । ଘୋଷା ।

ହୋଇ ସୁବେଶ ହେଉ ମୋ ପାଶେ ପ୍ରବେଶ
ହେବ କି ମଦନ କେଳି ବୋଇଲେ ତୁ ହେଉ ହସହସ । ୧ ।

ହରିଲେ ବସନ ହେଠ କରୁ ଯେ ବଦନ
ହରଷେ ଆଲିଙ୍ଗନ କରି ଲଭଇଁ ଚୁମ୍ବନ । ୨ ।

ହଲାଉ ଆନନ ହେଜି ଜାଣଇ ତୋ ମନ
ଆହା ସେ ସୁଖ ଭୋଗ ବିନୁ ନ ଯାଇ ନିଷ୍ଠୁର ଜୀବନ । ୩ ।

ହୋଇ ମୁଁ ବିରସ ହେଲେ ତୋ ପାଶେ ପ୍ରବେଶ
ହରି କର ପଟ୍ଟନାୟକ ନୃସିଂହ ଦୁର୍ଦ୍ଦଶା ବିନାଶ । ୪ ।