Tha Thika Mukhi Mo Prana Sakhi

ଠା ଠିକ ମୁଖୀ ମୋ ପ୍ରାଣସଖୀ
(Dinabandhuraja— Raga Madhumanjari, Tala Sarimana)
(ଦୀନବନ୍ଧୁରାଜ— ରାଗ ମଧୁମଞ୍ଜରୀ, ତାଳ ସରିମାନ)

ଠା ଠିକ ମୁଖୀ ମୋ ପ୍ରାଣସଖୀ
ଠକ କାମଶରେ ହେବ ଦୁଃଖୀ । ୧ ।
ଠେସା ବିହିଦେଲା ଦଗା ଏହି
ଠୁକୁଥିବ ବସି କରେ ମହୀ । ୨ ।
ଠିଆ ହେବା ତା ଆସିବା ଯିବା
ଠିକ କରିବ ତା କେହୁ ଅବା । ୩ ।
ଠଣହାସୀ ହେଲା ଏତେ ଦୂର
ଠେକେ କରିଥିଲା ଗତି ମୋର । ୪ ।
ଠୂଳ ଚିନ୍ତାଭର ବେନୁପାଣି
ଠିକେ ଦୀନବନ୍ଧୁ ରାଜ ଭଣି । ୫ ।