Pasori Na Paribi Se Praneswari Ki

ପାଶୋରିବି ନ ପାରିବି ସେ ପ୍ରାଣେଶ୍ୱରୀକି
(Dwija Narayana— Raga Kalyana Ahari, Tala Ekatali)
(ଦ୍ୱିଜ ନାରାୟଣ— ରାଗ କଲ୍ୟାଣ ଆହାରୀ, ତାଳ ଏକତାଳି)

ପାଶୋରିବି ନ ପାରିବି ସେ ପ୍ରାଣେଶ୍ୱରୀକି* । ଘୋଷା ।

ଫୁଲ ଅମ୍ବୁଜ ନୟନୀ ଅଶେଷ ସୁଖ ଦାୟିନୀ
ସା ରି ଗା ମା ପ ଦାୟିନୀ ନବୀନ କିଶୋରୀକି । ୧ ।

କନକ କେତକୀ ଦଳ ଦଳା ଗୋଳା ହରିତାଳ
ତପତ ହେମୁ ଜମ୍ଭାଳ ଗୋରଚନା ଗୋରୀକି । ୨ ।

ଅସର ଦୁଃଖକୁ ସେବି ଏବେ ମୁଁ ବିଦେଶୀ ହେବି
ମାର ମୁଖେ ସିନା ଦେବି ପଲ୍ଲବ ଅଧରୀକି । ୩ ।

ନାରାୟଣ ଧରାଦେବ ବୋଲେ ସେ ଏମନ୍ତ ହେବ
ମୋ ବନ୍ଧୁ ଜୀବନେ ଥିବ ମୋ ଆସିବା ସରିକି । ୪ ।


ପାଠାନ୍ତର : ପରା ପରାଣ ଈଶ୍ୱରୀକି