Duti Go Dhari Kahuchi Kara

ଦୂତୀ ଗୋ ଧରି କହୁଛି କର
(Patitapabana— Raga Mangala Dhanasri, Tala Khemata)
(ପତିତପାବନ— ରାଗ ମଙ୍ଗଳ ଧନାଶ୍ରୀ, ତାଳ ଖେମଟା)

ଦୂତୀ ଗୋ ଧରି କହୁଛି କର
ଆଣିଦେବୁ ମୋତେ ନନ୍ଦକିଶୋର । ଘୋଷା ।

ହଟିଆ ନାଗର ନନ୍ଦନନ୍ଦନ
ପ୍ରୀତିପଣେ ମୁଁ କି ତାକୁ ଭାଜନ । ୧ ।

ହଟିଆ ନାଗର ନନ୍ଦ କହ୍ନାଇ
ମୋ ଧୈର୍ଯ୍ୟ ଧ୍ୱଂସିଲେ ବଂଶୀ ବଜାଇ । ୨ ।

କହିଲେ କି ହେବ ହୃଦ ବେଦନା
ଏକା ତାଙ୍କଠାରେ ମୋର ଭାବନା । ୩ ।

ସେ ନନ୍ଦନନ୍ଦନ ପଦେ ରସିକ
ପତିତପାବନ ପଟ୍ଟନାୟକ । ୪ ।