Syama Sanga Ke Mo Chhadaila Re

ଶ୍ୟାମ ସଙ୍ଗ କେ ମୋ ଛଡ଼ାଇଲା ରେ
(Madhu Dasa— Raga Desapala, Tala Tripata)
(ମଧୁ ଦାସ— ରାଗ ଦେଶପାଳ, ତାଳ ତ୍ରିପଟା)

ଶ୍ୟାମ ସଙ୍ଗ କେ ମୋ ଛଡ଼ାଇଲା ରେ । ଘୋଷା ।

ନୟନ ପିତ୍ତୁଳୀ ନୟନ ମୋ ଖୋଳି
ନେଇ ମହୀ ମଧ୍ୟେ ଛଡ଼ାଇଲା ରେ । ୧ ।

ଲଗାଇ ପ୍ରେମ ଲତା ପ୍ରେମ ଫଳ ଫଳିବା
ସମୟେ କି ଝଟା ପକାଇଲା ରେ । ୨ ।

ବହୁ କାଳ ଭୋଖି ସୁଧାଭାଣ୍ଡ କରୁ
ଲଗାଇ ସତେ କି ଛଡ଼ାଇଲା ରେ । ୩ ।

ମଧୁକର ପ୍ରୀତି କେତକୀ ପାଶକୁ
ଯିବା ପଥେ କଣ୍ଟା ପକାଇଲା ରେ । ୪ ।

ଦାସ ମଧୁ କହି ଏତେ ଦୁଃଖ ସହି
ନ ମାରି ଯା ଦେହ ସଜାଇଲା ରେ । ୫ ।