Dekha Sahi Rahi Go

ଦେଖ ସହି ରହି ଗୋ ଶ୍ରୀ କୃଷ୍ଣଟି ଏହି
(Ramakrusna— Raga Ananda Kedara, Tala Ekatali)
(ରାମକୃଷ୍ଣ କବିଚନ୍ଦ୍ର— ରାଗ ଆନନ୍ଦ କେଦାର, ତାଳ ଏକତାଳି)

ଦେଖ ସହି ରହି ଗୋ ଶ୍ରୀ କୃଷ୍ଣଟି ଏହି
କୁଞ୍ଜେ କୁଞ୍ଜେ ଝୁଲୁଛନ୍ତି ରହି । ଘୋଷା ।

ଏହି ପରା ନନ୍ଦସୁତ ଜନମର କାଳେ
ପୂତନା ପରାଣ ଛନ୍ତି ନେଇ । ୧ ।

ଶିରରେ ମୟୂର ଚୂଳ ଦିଶେ ଶୋଭାବନ
ନାସାରେ ମୁକୁତା ଲୁଳେ ରହି । ୨ ।

ଷଣ୍ଢା ଅଘା ବକା ତୃଣା ଶକଟାକୁ ନାଶି
କାଳୀକି କାଳିନ୍ଦୀ ଜଳେ ଦଳି । ୩ ।

ଭଣେ ଭାଗୀରଥୀ ସୁତ ରାମକୃଷ୍ଣ ଧ୍ୟାୟି
ଏହି ପରା ବଳରାମ ଭାଇ । ୪ ।