Sakhi Tuhi Jaa Re

ସଖି ତୁହି ଯାଆରେ
(Ramachandra DebaKhemata)
(ରାମଚନ୍ଦ୍ର ଦେବଖେମଟା)

ସଖି ତୁହି ଯାଆରେ ମୋର ନାଆଁରେ
ଶ୍ୟାମ ଠାରେ କହ ବାରେ । ଘୋଷା ।
ତାର ଅବଶରେ ମୋ ଦିନ ନ ସରେ
ଗଡ଼ି ଗଡ଼ି ବସୁଧାରେ । ୧ ।

ମୋର କି ଦୋଷ ଏ ଘନ ରୋଷରେ
ଆସିବେ ସେ ଶରଧାରେ
ତା ପଉରୁଷରେ ରହିବି ପାଶରେ
ସତେ ବିରହ ବାଧାରେ । ୨ ।

ହେଲେ ନିରାଶରେ ରତି ଚିନ୍ତା ସରେ
ଭାସିବିଟି ନିରାଧାରେ
ତାର ମାନସରେ ନୋହିଲେ ଲେଶରେ
ଦୟା କେ ଗତି ରାଧାରେ । ୩ ।

ଆଜ ମୋ ବାସରେ ନିଶି ପ୍ରବେଶରେ
କୃଷ୍ଣଙ୍କୁ ଆଣି ଉଦ୍ଧାରେ
ଅତି ହରଷରେ ଭାଷେ ଏ ରସରେ
ରାମଚନ୍ଦ୍ର ଦେଓ ବାରେ । ୪ ।