Sajani Go Budi Gali Mu Lajare

ସଜନୀ ଗୋ ବୁଡ଼ିଗଲି ମୁଁ ଲାଜରେ
(Somanatha Singha— Raga Gundakeri, Tala Jati)
(ସୋମନାଥ ସିଂହ— ରାଗ ଗୁଣ୍ଡକେରୀ, ତାଳ ଯତି)

ସଜନୀ ଗୋ ବୁଡ଼ିଗଲି ମୁଁ ଲାଜରେ । ଘୋଷା ।

ସଜାଡ଼ୁଥିଲି ବେଣୀ କାହୁଁ ସେ ଆସି ପୁଣି
ମିଳିଲେ ବେଣୁପାଣି ଆଜରେ । ୧ ।

ଚମକିଗଲା ତନୁ ଦେଖିଣ ନନ୍ଦସୂନୁ
ବୋଇଲେ ଭଲ କରି ସାଜରେ । ୨ ।

ବସନ କରେ ଧରି ଉହାଡ଼ କଲି ଡରି
ନୋହିଲି ମୁଁ ଆଉ ସଜରେ । ୩ ।

ଯେତେ କହିଲେ ସେହି ନ ଶୁଣିଲି ମୁଁ ରହି
ଶୁଣିଲେ ନ ରହନ୍ତା ହେଜରେ । ୪ ।

ସୋମନାଥ ନୃପତି ସିଂହ ରସେ ଭାଷନ୍ତି
ପ୍ରୀତି ସିନା କୀରତି ମଜ୍ଜରେ । ୫ ।


Budigali Mu Lajare