Na Jani Mun Hudi Galiti

ନ ଜାଣି ମୁଁ ହୁଡ଼ିଗଲିଟି
(Somanatha Singha— Raga Goudi, Tala Tripata)
(ସୋମନାଥ ସିଂହ— ରାଗ ଗୌଡ଼ୀ, ତାଳ ତ୍ରିପଟା)

ନ ଜାଣି ମୁଁ ହୁଡ଼ି ଗଲିଟି
ନନ୍ଦକିଶୋରରେ କରି ପୀରତି । ଘୋଷା ।

ଅତି ନିଷ୍ଠୁର ପରି ତାର ମତି
ମୋତେ ହେଲା ଏବେ ଅପକୀରତି । ୧ ।

ଘର ବର ଦୂର କରି ମୁହିଁଟି
ବୁଲୁଥାଇ କୁଞ୍ଜବନରେ ନିତି । ୨ ।

ଜରତୀ ବଚନ ଶୁଣି କରତି
ହେଉଥାଇ ଏବେ ମୋହର ଛାତି । ୩ ।

ତା ବିନା ନ ସରେ ଦିବସ ରାତି
ଝୁରି ଝୁରି ତନୁ କ୍ଷୀନ ହେଲାଟି । ୪ ।

ସୋମନାଥ ବୀରବର ନୃପତି
ଭାଷେ ବୋଲିବାର ହୋଏ ଯୋଗତି । ୫ ।