Chhadi Rasabati Kimpa Rahili Mu

ଛାଡ଼ି ରସବତୀ କିମ୍ପା ରହିଲି ମୁଁ
(Somanatha Singha— Raga Bangalasri)
(ସୋମନାଥ ସିଂହ— ରାଗ ବଙ୍ଗଳାଶ୍ରୀ)

ଛାଡ଼ି ରସବତୀ କିମ୍ପା ରହିଲି ମୁଁ ଏଥି ରେ । ଘୋଷା ।

ସାରସଗମାଙ୍କୁ ମୋ ବିନା ନାହିଁ ଗତି ରେ
ସୁଖକୁ ବିସୁଖ ମଣୁଥିବ ତାର ମତି ରେ । ୧ ।

ଭାଳୁ ଭାଳୁ ନ ସରିବ ତାକୁ ଦିବାରାତି ରେ
ଖଞ୍ଜନନୟନୁ ନୀର ଝଡ଼ୁଥିବ ନିତି ରେ । ୨ ।

ଚନ୍ଦ୍ରମା ବଦନେ ଆଉ ନ ଥିବ ତା ଜ୍ୟୋତି ରେ
ବାତୁଳ ହେବନି ଏବେ ସେ ମୋ କୁନ୍ଦଦନ୍ତୀ ରେ । ୩ ।

ବୋଲୁଥିବ ଆଳୀଙ୍କି ନଇଲେ ମୋର ପତି ରେ
ସୋମନାଥ ବୀରବର ଏ ରସେ ବଦତି ରେ । ୪ ।