Kama Samara Mo Jane Angana Re

କାମ ସମର ମୋ ଜାଣେ ଅଙ୍ଗନା ରେ
(Somanatha Singha— Raga Chokhi)
(ସୋମନାଥ ସିଂହ— ରାଗ ଚୋଖି)

କାମ ସମର ମୋ ଜାଣେ ଅଙ୍ଗନା ରେ । ଘୋଷା ।

ଚମକାଇ କରି ଅଙ୍ଗ ଉଲଟ ରତି ଆରମ୍ଭ
କମ୍ପାଇ ଅଧର ଚାଳେ ରସନା ରେ । ୧ ।

ଭୁଜେ ଭୁଜ ଭିଡ଼ାଭିଡ଼ି କରନ୍ତେ ମୋ ଅଙ୍ଗେ ଜଡ଼ି
ଯାଉଥାଏ ଝାଳେ ବୁଡ଼ି ସେ ସିନା ରେ । ୨ ।

ଛନ୍ଦିଣ ପାଦକୁ ପାଦ ହୁଅଇ କେଡ଼େ କୋମଦ
ଇସି ଇସି ବୋଲି ଭାଷେ ନବୀନା ରେ । ୩ ।

ନ ରହେ ଆୟତ୍ତ ତାର କେଶ ବେଶ ଅସମ୍ଭାଳ
ମନ୍ଦେ ମନ୍ଦେ ହସେ ପିକବଚନା ରେ । ୪ ।

ସୋମନାଥ ବୀରବର ଭାଷନ୍ତି ତା ପ୍ରୀତି ସାର
ନାହିଁ ନ ଥିବ ସଂସାର ତା ବିନା ରେ । ୫ ।