Asa Re Pankaja Nayana

ଆସ ରେ ପଙ୍କଜନୟନା
(Somanatha Singha— Raga Kalahansa Kedara)
(ସୋମନାଥ ସିଂହ— ରାଗ କଳହଂସ କେଦାର)

ଆସ ରେ ପଙ୍କଜନୟନା
ବସ ତୁ ମୋ ଅଙ୍କେ ନବୀନା । ଘୋଷା ।

ତୁ ଥାଉ ମାର ଯା କଷଣ
ଦେଉଛି କାହାକୁ ଦୂଷଣ । ୧ ।

ତର୍ଜଣ କରିଛି ସେ ଟାଣ
ଭାଙ୍ଗିବ ମୋହର ଗୁମାନ । ୨ ।

ନାଶିବ ଯେମନ୍ତେ ସେ ମୋତେ
ବଞ୍ଚିବି କହ ମୁଁ କେମନ୍ତେ । ୩ ।

ଏକେ ତ ଅଟେ ସେ ଡିଙ୍ଗର
ଆୟତ୍ତ ନ ରଖେ ମୋହର । ୪ ।

ସୋମନାଥ ରାଜା ବଦତି
ଶୁଣିଣ ହସିଲା ଯୁବତୀ । ୫ ।