Prana Sajani Pabitra Hela Netra Mohara Re

ପ୍ରାଣ ସଜନୀ ପବିତ୍ର ହେଲା ନେତ୍ର ମୋହର ରେ
(Dibyasingha Deba)
(ଦିବ୍ୟସିଂହ ଦେବ)

ପ୍ରାଣ ସଜନୀ ପବିତ୍ର ହେଲା ନେତ୍ର ମୋହର ରେ ।
ଦେଖି ଶ୍ୟାମ ତନୁ ପୀଡ଼ିଲା ଅତନୁ
ତା ବିନୁ କେ ମୋ ପ୍ରତିକାର ରେ । ଘୋଷା ।

ବଳିଭୁଜ ପାଳିତ ନୀଳମଣି ଜୀମୂତ
କୁନ୍ତଳ ବିଧୂନ୍ତୁଦ ତମାଳଧାତ୍ରୀ ମିତ
ରତିଜିତ ପ୍ରସନ୍ନେ ଝାଙ୍କିଛି ମଧୁବ୍ରତ
ବିକଚ ଇନ୍ଦୀବର ଜିଣି ଆକାର ରେ । ୧ ।

ସ୍ୱୟମ୍ଭୂ ବାମଦେବ ରତିଜିତ ବାସବ
ହବ୍ୟବାହନ ପିତୃପତିଜିତ ଗନ୍ଧର୍ବ
ପୁଣି ଜନ କିଶୋର ବାହୁଳେୟ ହେରମ୍ବ
ଅନଙ୍ଗ ଯାର ପରିଚାର ରେ । ୨ ।

ଶ୍ରବଣରେ କୁଣ୍ଡଳ ବାଳାର୍କରୁ ମଞ୍ଜୁଳ
ଝଳି ଦିଶଇ ତହିଁ କଣ୍ଠ ରତନ ହାର
ନାସେ ନାସା ମୁକୁତା ଅତିଶୟ ଚପଳ
ଶିଖୀପୁଚ୍ଛ କେଡ଼େ ମଞ୍ଜୁଳ ରେ । ୩ ।

ମୋ ଚିତ୍ତ ତାମରସ ଭେଟ ହେଲେ ଦିନେଶ
ନୋହିଲେ ଦାସୀ ନାଶ ହେଲା ସଜନୀ ଦୋଷ
କନିକା ମେଘନାଦ ବଂଶରେ ଅବତଂସ
ଶ୍ରୀ ଦିବ୍ୟସିଂହ ଦେବ ଭାଷ ରେ । ୪ ।