Bihare Dharare Basanta Aja

ବିହରେ ଧରାରେ ବସନ୍ତ ଆଜ
(Kabichandra Kali Charan)
(କବିଚନ୍ଦ୍ର କାଳୀଚରଣ)

ବିହରେ ଧରାରେ ବସନ୍ତ ଆଜ
ପ୍ରକୃତି ସୁନ୍ଦରୀ ନବବେଶେ ସାଜ । ଘୋଷା ।

ଜାଇ ଯୂଇ ମଲ୍ଲୀ କୁଞ୍ଜ କାନନରେ
ସୁବାସ ପ୍ରକାଶି ଜବା ମନ ହରେ ।
(ପଡ଼ି)
କୋଇଲି ପଞ୍ଚମ ତାନରେ
ଆନରେ ଏ କି ମାନରେ
କୁମୁଦିନୀ ସଙ୍ଗେ ରଙ୍ଗରେ
ମଧୁରେ ମଧୁପ ମଧୁପାନ କରେ । ୧ ।

ମଳୟ ମରୁତ ମହକ ଦେଲାତ
ରସାଇ ରସିକ ମହତ ନେଲାତ ।
(ପଡ଼ି)
କୁନ୍ଦଜରଜର ମନ୍ଦହାସିନୀ
ଅଙ୍ଗେ ବୋଳି ସୁଗନ୍ଧି ଚନ୍ଦନ
ଚୁମ୍ବି ଚନ୍ଦ୍ରସୁଭାନରେ
କବିଚନ୍ଦ୍ର ରସେ ଯାମିନୀ ନାଗରେ । ୨ ।