Syama Lagi E Jibana Jiba Go

ଶ୍ୟାମ ଲାଗି ଏ ଜୀବନ ଯିବ ଗୋ
(Benudhara— Raga Khambabati, Tala Adatali)
(ବେଣୁଧର— ରାଗ ଖମ୍ବାବତୀ, ତାଳ ଆଡ଼ତାଳି)

ଶ୍ୟାମ ଲାଗି ଏ ଜୀବନ ଯିବ ଗୋ
ଏତିକି ତାହାଙ୍କୁ ଜଣାଇଦେବ ଗୋ । ଘୋଷା ।

ତାଙ୍କୁ କରି ଗଳାହାର କୁଳରୁ ହେଲି ବାହାର
ଜାଣିନଥିଲି ତା କୂଟ ଭାବ ଗୋ । ୧ ।

ସେ ନଟନାଗର ବର କରିଦେଲେ ମନୁ ପର
ମଦନ ଦେଉଛି ପରାଭବ ଗୋ । ୨ ।

ସଖୀ ସେ ମୁରଲୀଧାରୀ କରିବେ ବୋଲି ଏପରି
କାହା ମନେ ଥିଲେ ଭାବ ଗୋ । ୩ ।

କବି ବେଣୁଧର ଭଣି କେ ଆନ କରିବ ପୁଣି
କପାଳରେ ଯାହା ଲେଖା ଥିବ ଗୋ । ୪ ।