Parana Sangini Aja

ପରାଣ ସଙ୍ଗିନୀ ଆଜ
(BenudharaEkatali)
(ବେଣୁଧରଏକତାଳି)

ପରାଣ ସଙ୍ଗିନୀ ଆଜ
ପର ପରା ଯା କଲେ ଗୋ ବ୍ରଜ ରସିକରାଜ । ଘୋଷା ।

ଖରାଂଶୁ ତନୟା ତଟେ । ଧରା ପଡ଼ିଗଲି ବାଟେ ।
ସରାଗର ଚାହିଁଦେଲି ନନ୍ଦଆତ୍ମଜ । ୧ ।

ହରାରି ହୋଇଣ ବାଦୀ । ଶରାସନେ ଶର ସନ୍ଧି ।
ପରାଭବ ଦେଲା ଯେତେ କହିବା ଲାଜ । ୨ ।

ମରାଳଗତି ନବୀନା । ବରାଙ୍ଗିନୀ ମୁଁ ତୋ କିଣା ।
ଥରାଇଲେ ଏହା କହି ସଖୀ ସମାଜ । ୩ ।

ହରାଇ ବସିଲି ବୁଦ୍ଧି । ସରାଇ ଲାଜ ଅବଧି ।
କରାଇଲେ ଯାହା ନ ରହିଲା ଧଇର୍ଯ୍ୟ । ୪ ।

ତାରାପତି ବେଣୁଧର । ସେ ରାଜୀବାକ୍ଷ ପୟର ।
ବେରାଜି ହେବ କି ଶ୍ୟାମ ଧଇଲେ ଭୁଜ । ୫ ।