Pheri Pheri Ana Ana Eninayana

ଫେରି ଫେରି ଅନା ଅନା ଏଣୀନୟନା
(Kabichandra Kali Charan— Raga Chandrakanta, Tala Ekatali)
(କବିଚନ୍ଦ୍ର କାଳୀଚରଣ— ରାଗ ଚନ୍ଦ୍ରକାନ୍ତ, ତାଳ ଏକତାଳି)

ଫେରି ଫେରି ଅନା ଅନା ଏଣୀନୟନା
ଝୁରି ଝୁରି ତୋ ବିନାରେ ସରେ ମୋହନା । ଘୋଷା ।

ଏକେ ତ ସେ କଳା ଡୋଳା
କାଳିଆ କଜ୍ଜ୍ୱଳ ବୋଳା
ବିରହେ କି ରହେ ସହୀ କାଳିଆସୁନା ।
(ପଡ଼ି)
କୁଞ୍ଜବନେ ଯେବେ ମଧୁମଳୟ ଭରେ
ସଞ୍ଜ ହେରି ତାର ନୀର ନିରତେ ଝରେ
ମାନ ମନୁ ବାରିଦେ ରେ ସୁବଦନା । ୧ ।

କାମ କମାଣ ତୋ ଭୂରୁ
ଶ୍ୟାମ ତ ଜୁହାରେ ଦୂରୁ
ଚଳାଇ ମରମ ତାର ନ କର ଚୂନା ।
(ପଡ଼ି)
ଆନ ମାନ ମୋର ଆନ ମନେ ନ ଧର
ନ ଧର ଅଧରୁ ତୁ ବରଷ ମଧୁ ଧାର
ଭାଷ ଭାଷ ରସଭାଷ ବୀଣାଜିଣା । ୨ ।

କର କଙ୍କଣ ମଣି
କାଚକଣି ତୁ ମଣି
ଦୂରେ ବରଜି ଗୋରୀ ଝୁରି ସରନା ।
(ପଡ଼ି)
ଆରେ ଗଜଗତି ମନମୋହନା ଗତି
କବିଶଶୀ ବଦତି ହସିବେଟି ଅରାତି
ଆସେ ନିଶି ସରି ଆଉ ତୁ ରୁଷନା । ୩ ।