(କବିଚନ୍ଦ୍ର କାଳୀଚରଣ— ରାଗ ଆରଭୀ, ତାଳ ଯତି)
ମୋର କି ଦୋଷ ହେଲା ରେ ଛଇଳା
ସରସ ହୃଦୟରେ ଦୟା ଯା ନ ବସିଲା । ଘୋଷା ।
ଅଦୋଷେ ମାନ ଉଚିତ ନୋହିଲା
ଶରମେ ଲଭିବା ପ୍ରୀତି ନାଶ ହେଲା ।
(ପଡ଼ି)
ତାର ଧନ ପରିଚାର ଜନକୁ
ସାର କରି ତୁ ବିଚାର ମନକୁ
ଗାର କରି ସଖୀ ପର ବଚନକୁ
ପରବ ଚନ୍ଦ୍ରମୁଖୀ ଆଜ ଏ କି ହେଲା । ୧ ।
ତୁହି ଥାଉ ମାର ଦଣ୍ଡ ବିହିଲା
ସ୍ନେହକୁ ଏ ଦଶା କେମନ୍ତ ରୁଚିଲା ।
(ପଡ଼ି)
ତେଜ ଏ ଅଭିମାନରେ
ମାନ ରେ ମୋ ଆନରେ
କର କଞ୍ଜମୁଖୀ ଅବଧାନ ରେ
ଦିନେ ନ ଥିବା ରୁଷା ଆଜ କେ ଶିଖାଇଲା । ୨ ।