Manda Hasini Re Kunda Pasanda Dasana

ମନ୍ଦହାସିନୀ ରେ କୁନ୍ଦ ପସନ୍ଦ ଦଶନା
(Kabichandra Kali Charan— Raga Kamodi, Tala Ekatali)
(କବିଚନ୍ଦ୍ର କାଳୀଚରଣ— ରାଗ କାମୋଦୀ, ତାଳ ଏକତାଳି)

ମନ୍ଦହାସିନୀ ରେ କୁନ୍ଦ ପସନ୍ଦ ଦଶନା
ଅରବିନ୍ଦ ଲପନା ତୁ ରୁଷି ବସନା ନବୀନା । ଘୋଷା ।

ଅନା ରେ ସଜନୀ ଅନା ମନ ମୋହନା ତୋ ବିନା
ମୋହନ ମୁରଲୀ ଘେନା ପାଶୋରି ଦେଲାଣି ସିନା
(ପଡ଼ି)
ଯମୁନା ତଟ ପଟ ନୀପ ବନ ନିକଟ
ନଟନ ତେଜି ନଟ ଧରା ଲୁଟେ ନିପଟ
ଝୁରି କିଶୋରୀ ଗୋରୀ ସେ ତ ଗଲାଣି ସରି
ବର ବରନା ମାନ କରନା । ୧ ।

ତୋ ଲାଗି ରେ ପୀତପଟ ଆଦିରିଛି ପୀତ ପଟ
ନ ମାନି ଯେତେ ଆକଟ ସବୁ କରି ପିଠି ପଟ
(ପଡ଼ି)
ମୁରଲୀ ଧରି କରେ ତୋ ନାମ ରଟେ ସେ ରେ
ଏ ବରଜ ବଜାରେ ଥାଉ ଗୋଈ ହଜାରେ
କବିଶଶୀ ପଚାରେ ଆନେ କି ଯାଏ ରସେ
କାଳିଆ ସୁନା କହ ନବୀନା । ୨ ।