(କବିଚନ୍ଦ୍ର କାଳୀଚରଣ— ରାଗ ସାବେରୀ, ତାଳ ଏକତାଳି)
ନବ ନବୀନା ରେ ନିଶି ସରେ ଅନା । ଘୋଷା ।
କେଶର କୁଞ୍ଜେ ମଧୁପ ଗୁଞ୍ଜେ
ଉଷା ନାଗରୀ ଶ୍ରୀମୁଖ ରଞ୍ଜେ ।
(ପଡ଼ି)
ହୋଇ ବିବେକବତୀ ଚାହିଁ ରହିଲୁ କ୍ଷିତି
କାହିଁ ଥିଲା ଏ ରୀତି ବାଇ ହେଲାକି ମତି
ଲପନ ଟେକରେ ଧନ ମୋହନ ସରେ ତୋ ବିନା । ୧ ।
କାହିଁକି ଗୋରୀ ଏ ତୋର ରୁଷା
ବରଜ ସାରା ଭଗାରିହସା ।
(ପଡ଼ି)
ହେରି ନବ ଅରୁଣ ଶିରୀ ହାରି ନଳିନ
ଭରି ନୟନେ ବନ ଘାରି ନେଲା ସମାନ
ବରଜ କିଶୋରୀ ପରେ ଝୁରିହେବା ସାର ସିନା । ୨ ।
ଶ୍ୟାମରେ ବିମନା ନ ହୁଅ ସୁମନା
ନୀଳମଣି ହାର କରରେ ଶୋଭନା ।
(ପଡ଼ି)
ସୁନା ବରନା ମାନ ଘେନା କର ମୋ ଆନ
ଚୂନା ନ କର ମନ କହ୍ନା ନୁହଇ ଆନ
ଅଣାଅ କୁଞ୍ଜ ତଳପେ କବିଶଶୀ କରେ ଜଣା । ୩ ।