Kana Tu Deritha Bansi Tanaku

କାନ ତୁ ଡେରିଥା ବଂଶୀ ତାନକୁ
(Lokanatha Pattanayaka— Raga Bajrakanti, Tala Jhampa)
(ଲୋକନାଥ ପଟ୍ଟନାୟକ— ରାଗ ବଜ୍ରକାନ୍ତି, ତାଳ ଝମ୍ପା)

କାନ ତୁ ଡେରିଥା ବଂଶୀ ତାନକୁ ମାନ ତୁ
ବରଜ ବରଜ ବାଳା ମାନକୁ ଗୋ ରାଧେ । ଘୋଷା ।

କାନନେ ଚରାଏ ଧେନୁ । ବଜାଏ ମୋହନ ବେଣୁ ।
ମଜ୍ଜାଏ ହଜାଏ ଧୃତି ଜ୍ଞାନକୁ ଗୋ ରାଧେ । ୧ ।

ଗଗନ ପବନ ମନ । ଦରୀ ଗିରି ଗୋବର୍ଦ୍ଧନ ।
ନିରତେ ଝୁରେ ମୁରଲୀ ଗାନକୁ ଗୋ ରାଧେ । ୨ ।

ମଦନ ମାଦକେ ଘାରି । ସଂସାର ମମତା ମାରି ।
ଦୋଷ ଦେଉ ଅଭିମାନେ ଆନକୁ ଗୋ ରାଧେ । ୩ ।

ମୋହନ ମୋହିନୀ ରାଧେ । କ୍ଷମ ଶ୍ୟାମ ଅପରାଧେ ।
କହୁଛି ମୁଁ ଦେଇ ତ୍ତୋଏ ରାଣକୁ ଗୋ ରାଧେ । ୪ ।