E Guru Girisama Garu Hela Re Sakhi

ଏ ଗୁରୁ ଗିରୀଷମ ଗରୁ ହେଲାରେ ସଖୀ
(Kabichandra Kali Charan— Raga Kedara Kamodi, Tala Tripata)
(କବିଚନ୍ଦ୍ର କାଳୀଚରଣ— ରାଗ କେଦାର କାମୋଦୀ, ତାଳ ତ୍ରିପଟା)

ଏ ଗୁରୁ ଗିରୀଷମ ଗରୁ ହେଲାରେ ସଖୀ
ଝାଞ୍ଜି ପରଖରେ ବହିଲା ରେ
ସରିତ ଝୁରି ସରି ସୁବେଶ ପରିହରି
କଷାୟ ବାସେ ତନୁ ଛାଇଲା ରେ । ଘୋଷା ।

ନୀଳ ନିଚୋଳ ତେଜି ବସନ୍ତ ସଙ୍ଗେ ହେଜି
ଲତିକା ଶିରୀହରା ହୋଇଲା ରେ
ଅଗୁରୁ ଗନ୍ଧସାର ହେଲା ତ ନାରଖାର
ଗୋଳା ଗରଳ ସରି ଦହିଲା ରେ ।
(ପଡ଼ି)
ନଳିନୀ ଦଳ ଶେଯେ ଝାମ ଯାଉଛି ସେ ଯେ
ନଳିନଦେହା ଏହା ସହିଲା ରେ
ଅନୁଭବ ଯାହାର ମନୁ ଯିବ କି ତାର
କବିଚନ୍ଦ୍ର ଏ ରସେ କହିଲା ରେ । ୧ ।