Sajila Re Gheri Ghana

ସାଜିଲା ରେ ଘେରି ଘନ
(Kabichandra Kali Charan— Raga Megha, Tala Tripata)
(କବିଚନ୍ଦ୍ର କାଳୀଚରଣ— ରାଗ ମେଘ, ତାଳ ତ୍ରିପଟା)

ସାଜିଲା ରେ ଘେରି ଘନ ଘୋର ଗଗନେ
ହେମ ଗୋରୀ ତନୁ ମାଜିଲା ରେ । ଘୋଷା ।

ଚାରୁ ଚିକୁର ଚାଳି ଚାହେଁ ଚପଳାବଳୀ
ନାଗର ଆଗମନ ବାଜିଲା ରେ ।
ଡାହୁକ ଡାକୁଆ ଦେଲାଣି ଡାକି
ବିରହିଣୀ ଜନ ଜୀବ ନେବ କି
ତରୁଣୀ ବିଯୋଗିନୀ ଧଇର୍ଯ୍ୟ ଭାସିଲା
କବିଶଶୀ ଭାଷେ ବିରସ ରସରେ । ୧ ।