Garaje Ghana Ghora

ଗରଜେ ଘନ ଘୋର
(Kabichandra Kali Charan— Raga Mallara, Tala Tripata)
(କବିଚନ୍ଦ୍ର କାଳୀଚରଣ— ରାଗ ମଲ୍ଲାର, ତାଳ ତ୍ରିପଟା)

ଗରଜେ ଘନ ଘୋର ଗଗନ ଘନ ଛାଇ
ଦାମିନୀ ଚମକେ ନୟନ ନଚାଇ । ଘୋଷା ।

ବରଷା ବରଷେ ଝିଲ୍ଲୀ ଡାକେ
କମ୍ପେ ଛାତି ମୋର ସାଥି ତ ନାହିଁ ପାଶେ
ଝରେ ନୀର ଧାରା ନୟନ ଧାରେ
ଅନ୍ଧ କବିଶଶୀ ଏ ଘନ ଦିନ ଚାହିଁ । ୧ ।