Saja Saja Saroja Siri Mukhiki

ସାଜ ସଜ ସରୋଜ ଶିରୀମୁଖୀକି
(Kabichandra Kali Charan— Raga Mukhari, Tala Ekatali)
(କବିଚନ୍ଦ୍ର କାଳୀଚରଣ— ରାଗ ମୁଖାରୀ, ତାଳ ଏକତାଳି)

ସାଜ ସଜ ସରୋଜ ଶିରୀମୁଖୀକି
ଲାଜ ଲାଜ ଆଉ କି ସାଜେ ସଖୀ । ଘୋଷା ।

ତମାଳ ତଳେ ପରା ଝୁରେ ମୁରଲୀଧରା
ଧୀରା ତୋ ପଥ ସାରା ରହେ ଟାକି ।
(ପଡ଼ି)
କୁହୁକୁ କୁହୁ ବୋଲି କୋଇଲି ଗାଏ
କୁଞ୍ଜବନ ବାସ ଫୁଲ ବିଛାଏ
ଗଗନେ ରସି ଶଶୀ ଗଲାନି ପରଶି
ବରଜ ମଲ୍ଲୀ । ନାଚିଲା ଫୁଲି । ଛବି ନିରେଖି । ୧ ।

ସରସ ଗଜଗତି । ଆରେ ସୁରସବତୀ ।
ମନ ମୋହନା ଗତି ତୁହି ସିନା ।
(ପଡ଼ି)
କଞ୍ଜ ପଦତଳେ ଅଳତା ରଞ୍ଜ
ମାଧବୀ ବନେ ଢଳି ଆସିଲା ସଞ୍ଜ
ମଧୁ ମୁରଲୀ ଧନୀ ତୋ ନାମ ଫୁକାରି
କାନନ ଭରି । ଶୁଣରେ ଗୋରୀ । ଥକିଲା ଡାକି । ୨ ।

ଉଛୁର କରନାରେ । କେତକୀ ବରନାରେ ।
ଅନା ଥରେ ଅନା ରେ ମେଲି ଆଖି ।
(ପଡ଼ି)
ବନ୍ଦେ କବିଶଶୀ ଚରଣ ଧ୍ୟାୟି
ମୋହନ ଗତି ଧନୀ ତୋ ବିନୁ ନାହିଁ
ମାନ ବରଜି ଚଳ ସରାଗ ସରଜି
ମଦନ ଛାର । ପରାଣ ତାର । ଦେବଟି ବିକି । ୩ ।