Pheri Ja Re Ja Syama

ଫେରିଯା ରେ ଯା ଶ୍ୟାମ
(Kabichandra Kali Charan— Raga Suddhadesi, Tala Khemata)
(କବିଚନ୍ଦ୍ର କାଳୀଚରଣ— ରାଗ ଶୁଦ୍ଧଦେଶୀ, ତାଳ ଖେମଟା)

ଫେରିଯା ରେ ଯା ଶ୍ୟାମ
ଫେରିଯା ରେ ଯା ଯା । ଘୋଷା ।

କିଶୋରୀ ହେମଗୋରୀ
ମରୁ ପଛେ ସେ ଝୁରି
ତୋ ପଥ ଅନୁସରି
ତୁ ଶଠ ରାଜା ଯା ଯା ଯା । ୧ ।

ନାହିଁ ତୋ ପୀତପଟ
ସତ କହ କପଟ
କଲା କି କେ ଆକଟ
ତୋ ରୂପ ସଜା ଯା ଯା ଯା । ୨ ।

ଆଣିଦେବି ମୁକୁର
ଦେଖ ଦେଖ ମୁକର
ଶିରେ ସିନ୍ଦୂର ଗାର
ନାହିଁ କି ଲଜ୍ଜା ଯା ଯା ଯା । ୩ ।

କବିଶଶୀ ବଦତି
କାହ୍ନୁ ଏ କି ତୋ ରୀତି
ବିରହରେ ଶ୍ରୀମତୀ
ଭୋଗୁଛି ସଜା ଯା ଯା ଯା । ୪ ।